ଛତିଶଗଡ଼ ବିଜେପି ବିଧାୟକଙ୍କ ଗାଡ଼ିକୁ ବିସ୍ଫୋରଣ କରି ଉଡାଇଲେ ମାଓବାଦୀ: ବିଧାୟକ ନିହତ, ୫ ସିଆର୍‌ପିଏଫ୍‌ ଯବାନ ସହିଦ

Advertisment
ଛତିଶଗଡ଼ ବିଜେପି ବିଧାୟକଙ୍କ ଗାଡ଼ିକୁ ବିସ୍ଫୋରଣ କରି ଉଡାଇଲେ ମାଓବାଦୀ: ବିଧାୟକ ନିହତ, ୫ ସିଆର୍‌ପିଏଫ୍‌ ଯବାନ ସହିଦ

Hindustan Times

ରାୟପୁର/ ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ସମୟ ଥିବାବେଳେ ଛତିଶଗଡ଼ରେ ମାଓବାଦୀମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି । ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମାମଣ୍ଡାଭୀ ନିହତ ହୋଇଛନ୍ତି । ଏହା ସହିତ ତାଙ୍କ ସହିତ ଥିବା ୫ ଯବାନ ସହିଦ ହୋଇଛନ୍ତି । ଏହି ସୁରକ୍ଷା କର୍ମୀମାନେ ବିଧାୟକ ଭୀମା ମଣ୍ଡାଭୀଙ୍କ ନିର୍ବାଚନ ପ୍ରଚାର ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ଏହି ଘଟଣାରେ ଆଉ ୩ ଜଣ ଆହତ ହୋଇଥିବା ଜଣାଯାଇଛି ।

publive-image ANI

ସୂଚନା ଅନୁସାରେ, ଛତିଶଗଡ଼ର ଦାନ୍ତେଓ୍ଵାଡ଼ା ଠାରେ ଆଜି ଅପରାହ୍ଣରେ ବିଧାୟକ ଭୀମା ମାଣ୍ଡଭୀଙ୍କ କାରକେଡ୍‌କୁ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇ ଉଡାଇ ଦେଇଛନ୍ତି। ଏହି ନକ୍ସଲ ହାମ୍‌ଲାରେ ବିଧାୟକ ମାଣ୍ଡଭୀଙ୍କର ମୃତ୍ୟୁ ହୋଇଥିବା ବେଳେ  ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ଛତିଶଗଡ଼ ପୁଲିସ୍‌ ଡିଜି ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି।  ପ୍ରଥମେ  ବିଧାୟକ ମାଣ୍ଡଭୀଙ୍କର ମୋବାଇଲ ଫୋନ୍‌ ଲାଗୁ ନଥିବାରୁ ତାଙ୍କ ସଂପର୍କରେ କିଛି କୁହାଯାଇ ପାରିବ ନାହିଁ ବୋଲି ଛତିଶଗଡ଼ ପୁଲିସ୍‌ ଡିଜି ଡିଏମ୍‌ ଅଓ୍ଵସ୍ତି କହିଥିବା ବେଳେ ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ସୂଚନା ମିଳିଛି। ଏହି ଘଟଣା ପରେ ପୁଲିସ ଓ ସୁରକ୍ଷା ବଳର ଗୁଇନ୍ଦା ସୂଚନା ବ୍ୟବସ୍ଥା ସଂପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ମାଓବାଦୀମାନେ ଏଭଳି ଏକ କାଣ୍ଡ ଘଟାଇବା ଲାଗି ଯୋଜନା କରୁଥିବାର ଆଗୁଆ ସୂଚନା ନ ମିଳିବା ପୁଲିସ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe